ସାଙ୍ଗ ହିଁ ସାଜିଥିଲା କି ଷଡ଼ଯନ୍ତ୍ରକାରୀ ? ସୌମ୍ୟକୁ ପିଟି ପିଟି ମାରିବାକୁ ହେଇଥିଲା କି ପ୍ଲାନ୍?

ସୌମ୍ୟକୁ ପିଟି ପିଟି ମାରିବାକୁ ହେଇଥିଲା କି ପ୍ଲାନ୍? ସାଙ୍ଗ ହିଁ ସାଜିଥିଲା କି ଷଡ଼ଯନ୍ତ୍ରକାରୀ ? ସବୁ ଜାଣିଶୁଣି ଯୋଜନା ହେଇଥିଲା କି ? ଏବେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ବାଲିଅନ୍ତା ବର୍ବରତା ଉପରୁ ପରଦା ହଟାଇପାରେ। ବାଲିଅନ୍ତା ବର୍ବରତାରେ ସାରା ଦେଶକୁ ଦୋହଲାଇ ଦେଇଥିଲା GRP କନେଷ୍ଟବଳ ସୌମ୍ୟ ଙ୍କ ମୃତ୍ୟୁ। ସୌମ୍ୟ ରଞ୍ଜନ ଙ୍କୁ ପିଟି ପିଟି ହତ୍ୟା କରି ଦେଇଥିଲେ ନର ରୂପୀ ରାକ୍ଷସ। ହେଲେ ସେଇ ରାକ୍ଷସଙ୍କୁ ସେଠି ଆଣିଲା କିଏ? ପୁରା ଯୋଜନା କରିଥିଲା କିଏ? ଏସବୁ ଜାଣି ଶୁଣି ହେଇଛି କି ଆଉ କିଛି ? ଏମିତି କିଛି ପ୍ରଶ୍ନ ପଚାରି ଆସିଥିଲେ ମୃତ ସୌମ୍ୟଙ୍କ ମାଆ। ଯାହା ଏବେ ସତ ହେବାରେ ଲାଗିଛି। ଆଉ ସତ ହେଲା ଭଳି ଲାଗୁଛି।

ସୌମ୍ୟଙ୍କ ସାଙ୍ଗ ଓମ୍ ଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ। ସତ ମିଛର ସବୁ ପରଦା ହଟାଇବାକୁ ହେଇଛି ଯୋଜନା। ବାଲିଅନ୍ତାରେ ସେ ଦିନ କଣ ଘଟିଥିଲା ଆଉ ଓମ୍ କାହିଁକି ସୌମ୍ୟଙ୍କୁ ଏକୁଟିଆ ଛାଡ଼ି ଦେଇ ଥିଲେ ସେ ସବୁର ଅସଲ ରୂପ ପଦାକୁ ଆଣିବ କ୍ରାଇମବ୍ରାଞ୍ଚ। ସବୁଠୁ ବଡ଼ କଥା ହେଲା ଏତେ ଦିନ ଧରି ଯାହାକୁ ସନ୍ଦେହ କରାଯାଉଥିଲା ତା ଉପରୁ ପରଦା ହଟିବ।

ସେ ଦିନ ସୌମ୍ୟଙ୍କୁ ବାଇକରେ ନେଇ ଯାଉଥିଲେ ଓମ୍ । ଯୁବତୀଙ୍କ ସହ ଝଗଡ଼ା ହୋଇଥିଲା ସେତେବେଳେ ଓମ୍ ସେଠି ହିଁ ଥିଲେ କିନ୍ତୁ ନା ସୌମ୍ୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲେ ନା ଘଟଣାକୁ ରୋକିବା ପାଇଁ। ସବୁଠୁ ଅଧିକ ସନ୍ଦେହ ଦୁଇ ଯୁବତୀଙ୍କ ଉପରେ ବି। ତେଣୁ ଓମ୍ ଆଉ ଯୁବତୀଙ୍କ ଲିଙ୍କ ବି ଖୋଜା ଚାଲିଛି ।