ଜଗତସିଂହପୁରକୁ ଆଲର୍ଟ ମାଡିଆସିବ ବନ୍ୟା ପାଣି !

ଅନ୍ଧାର କରି ମାଡି ଆସୁଛି କଳାହାଣ୍ଡିଆ ମେଘ ଆଉ ନିର୍ଧୁମ ବସୁଛି ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଖାସ କରି ଆଗାମୀ ୩ ଘଣ୍ଟା ପାଇଁ ଟ୍ୱିନ୍ ସିଟି ସମେତ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱର ସମେତ ଗଞ୍ଜାମ, କେନ୍ଦୁଝର, ଭଦ୍ରକ, ଯାଜପୁର, ଅନୁଗୁଳ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା,ଢେଙ୍କାନାଳ ଓ ନୟାଗଡ଼କୁ ସତର୍କତା ଜାରି କରାଯାଇଛି । ଆଜି ଜଗତସିଂହପୁରରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ ଜିଲ୍ଲାକୁ ଅରେଞ୍ଜ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର, ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏହା ସକ୍ରିୟ ହୋଇଛି । ଆଗାମୀ ୨ ଦିନ ଯାଏଁ ଏହା ଉତ୍ତର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ସାରା ରାଜ୍ୟରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ୧୫ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି କରିଛି ।

ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ବିଲବାଡ଼ି ଓ ତଳିଆ ଅଞ୍ଚଳରେ ପାଣି ଜମିବା ଆରମ୍ଭ ହେଲାଣି, ବିଶେଷ କରି ଚାଷ ଜମିରେ ପାଣି ମାଡ଼ି ଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି । ଯଦି ବର୍ଷା ଏହିପରି ଜାରି ରହେ, ତେବେ ଜଳସ୍ତର ଆହୁରି ବୃଦ୍ଧି ପାଇବା ସହ ବନ୍ୟା ଭଳି ସ୍ଥିତି ଉପୁଜିବା ନେଇ ଆଶଙ୍କା ପ୍ରକାଶ ପାଇଛି । ରେଡ୍ ଆଲର୍ଟକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ଓ ପଞ୍ଚାୟତ ସ୍ତରରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କୁ ବିନା କାରଣରେ ଘରୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।