Blog
ପୁଣି ଜଳିବ ଆନ୍ଦୋଳନର ନିଆଁ ! ସରକାରଙ୍କୁ CJPର ବଡ଼ ଚେତାବନୀ
ସରକାରଙ୍କ ସହ ଆଲୋଚନା ପରେ ବନ୍ଦ ହୋଇଥିବା ଆନ୍ଦୋଳନ ପୁଣି ଆରମ୍ଭ ହୋଇପାରେ। କକରୋଚ୍ ଜନତା ପାର୍ଟି (CJP) ସରକାର ଚୁକ୍ତି ଭଙ୍ଗ କରିଥିବା ଅଭିଯୋଗ ଆଣି ପୁଣିଥରେ ଦେଶବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଇଛି।
CJPର ଅଭିଯୋଗ ଅନୁସାରେ, ଜୁଲାଇ ୨୫ ତାରିଖରେ କେନ୍ଦ୍ରମନ୍ତ୍ରୀ ଜେ. ପି. ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ସହ ହୋଇଥିବା ବୁଝାମଣାକୁ ସରକାର ପାଳନ କରିନାହାନ୍ତି। ପ୍ରତିବାଦକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ସରକାର ଚୁକ୍ତି ଭଙ୍ଗ କରିଥିବା ଦଳ ଦାବି କରିଛି।
CJPର ମୁଖପାତ୍ର ଅଭିଷେକ ରାଙ୍କା କହିଛନ୍ତି ଯେ, ବିହାର ଓ ପଶ୍ଚିମବଙ୍ଗରେ ଶତାଧିକ ଛାତ୍ରଙ୍କୁ ଗିରଫ କରାଯାଇଥିବା ବେଳେ, ଦିଲ୍ଲୀ ସମେତ ଅନ୍ୟାନ୍ୟ ରାଜ୍ୟରେ ଆନ୍ଦୋଳନକାରୀଙ୍କ ଉପରେ ନଜରଦାରୀ ରଖାଯାଉଛି ଏବଂ ସେମାନଙ୍କୁ ହଇରାଣ କରାଯାଉଛି।
ସଂଗଠନ ଦାବି କରିଛି ଯେ, ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍ଆଇଆର୍ ପ୍ରତ୍ୟାହାର କରାଯାଉ, ଗିରଫ ହୋଇଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରାଯାଉ ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ନୂତନ ମାମଲା ରୁଜୁ ନ କରାଯାଉ।
CJP ଚେତାବନୀ ଦେଇଛି ଯେ, ଯଦି ଏହି ସମସ୍ତ ଦାବି ପୂରଣ ନ ହୁଏ, ତେବେ ସଂଗଠନ ପୁଣିଥରେ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ। ଅନ୍ୟପକ୍ଷରେ, ଏହି ଅଭିଯୋଗ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ।
- Trending




