ଜୁନରେ ମନ୍ତ୍ରିମଣ୍ଡଳ ଅଦଳବଦଳ ! ମନ୍ତ୍ରିପଦ ହରାଇବେ ଧର୍ମେନ୍ଦ୍ର ପ୍ରଧାନ !

ଦିଲ୍ଲୀର ରାଜନୈତିକ କରିଡରରେ ଏବେ ଗୋଟିଏ ଚର୍ଚ୍ଚା ସବୁଠୁ ଅଧିକ ଶୁଣିବାକୁ ମିଳୁଛି | ମୋଦି କ୍ୟାବିନେଟରେ ମହା ଅଦଳବଦଳ “ସୂତ୍ର କହୁଛି… ଜୁନ୍ ମାସର ମଧ୍ୟଭାଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇପାରେ। ଏହି ଅଦଳବଦଳରେ କେବଳ ନୂଆ ମୁହଁଙ୍କୁ ସୁଯୋଗ ମିଳିବ ନାହିଁ | ବରଂ କିଛି ବରିଷ୍ଠ ମନ୍ତ୍ରୀଙ୍କ ପାଇଁ ମଧ୍ୟ ଚିନ୍ତା ବଢ଼ିପାରେ। କାରଣ ଚର୍ଚ୍ଚା ହେଉଛି… ୧୨ରୁ ଅଧିକ ମନ୍ତ୍ରୀଙ୍କ ବିଭାଗ ବଦଳିପାରେ କିମ୍ବା ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡ଼ିପାରେ |

ବିଜେପି ନେତୃତ୍ୱ ଏବେ ୨୦୨୭ ନିର୍ବାଚନକୁ ଆଖି ଆଗରେ ରଖି ନୂଆ ରଣନୀତି ପ୍ରସ୍ତୁତ କରୁଛି। ଉତ୍ତର ପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ମଣିପୁର ଭଳି ରାଜ୍ୟରେ ଦଳକୁ ଅଧିକ ମଜବୁତ କରିବା ପାଇଁ ସାଂଗଠନିକ ସ୍ତରରେ ବଡ଼ ପଦକ୍ଷେପ ନିଆଯାଉଛି। ସେଥିପାଇଁ କିଛି ମନ୍ତ୍ରୀଙ୍କୁ ସରକାରରୁ ହଟାଇ ଦଳର ସଂଗଠନରେ ବଡ଼ ଦାୟିତ୍ୱ ଦିଆଯାଇପାରେ। ଚର୍ଚ୍ଚା ହେଉଛି… ଜଣେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦକ୍ଷିଣ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଦଳୀୟ ଦାୟିତ୍ୱ ମିଳିପାରେ।

କେବଳ ବିଜେପି ନୁହେଁ ଏଥର NDAର ସହଯୋଗୀ ଦଳମାନେ ମଧ୍ୟ ବଡ଼ ଲାଭ ପାଇପାରନ୍ତି। ଜେଡିୟୁ, ଟିଡିପି, ଏନସିପି ଏବଂ ଅନ୍ୟ ସହଯୋଗୀ ଦଳକୁ ଅଧିକ ପ୍ରତିନିଧିତ୍ୱ ଦେବା ନେଇ ଆଲୋଚନା ଚାଲିଛି। କେତେକ ସହଯୋଗୀ ଦଳର ନେତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିପାରେ। ଆଉ କିଛିଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ସାମିଲ କରାଯାଇପାରେ। ଏହା ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି… NDAର ଏକତାକୁ ଆହୁରି ମଜବୁତ କରିବା।

ସବୁଠୁ ଅଧିକ ଚର୍ଚ୍ଚା ହେଉଛି କେଉଁ କେଉଁ ମନ୍ତ୍ରଣାଳୟରେ ହୋଇପାରେ ପରିବର୍ତ୍ତନ ?ସୂଚନା ଅନୁସାରେ ରେଳ, ଅର୍ଥ, କୋଇଲା, କୃଷି, ଗ୍ରାମୀଣ ବିକାଶ, ଆଇଟି, ଆଇନ, ସୂଚନା ଓ ପ୍ରସାରଣ, ପରିବେଶ, ଜଳଶକ୍ତି, ମତ୍ସ୍ୟପାଳନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ଅଦଳବଦଳ ହୋଇପାରେ। କେତେକ ମନ୍ତ୍ରଣାଳୟକୁ ନୂଆ ମୁହଁ ମିଳିପାରେ। ଆଉ କେତେକ ମନ୍ତ୍ରୀଙ୍କୁ ନୂଆ ବିଭାଗ ଦିଆଯାଇପାରେ।ଏପଟେ ସାଂଗଠନିକ ସ୍ତରରେ ମଧ୍ୟ ଆରମ୍ଭ ହୋଇସାରିଛି ପରିବର୍ତ୍ତନ।

ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ନୂଆ ବିଜେପି ସଭାପତି ନିଯୁକ୍ତି ହୋଇସାରିଛି।ଏବେ କର୍ଣ୍ଣାଟକ ଓ ମଣିପୁରରେ ମଧ୍ୟ ନୂଆ ନେତୃତ୍ୱ ଆଣିବା ପାଇଁ ଦଳ ପ୍ରସ୍ତୁତି ଚଳାଇଛି।ଏହା ସ୍ପଷ୍ଟ କରୁଛି ଯେ…୨୦୨୭ ପୂର୍ବରୁ ବିଜେପି ସରକାର ଓ ସଂଗଠନ ଉଭୟକୁ ନୂଆ ଢାଞ୍ଚାରେ ସଜାଇବାକୁ ଚାହୁଁଛି।