ଇତିହାସ ରଚିଲା ଭାରତ ! ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦ–ସୋନିପତ ରେଳପଥରେ ଚଳାଚଳ କରିବାକୁ ଥିବା ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଯାହାକି ଭାରତୀୟ ରେଳ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାସହ ସ୍ୱଚ୍ଛ, ପରିବେଶ ଅନୁକୂଳ ଓ ଆଧୁନିକ ପରିବହନ ବ୍ୟବସ୍ଥା ଦିଗରେ ଭାରତର ଆଉ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇଛି ।

ମୋଦୀ ସରକାରଙ୍କ ନେତୃତ୍ୱରେ ଦେଶ ଏବେ କେବଳ ପାରମ୍ପରିକ ରେଳ ବ୍ୟବସ୍ଥାରେ ସୀମିତ ନୁହେଁ, ବରଂ ଅତ୍ୟାଧୁନିକ, ସ୍ୱଚ୍ଛ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରି ବିଶ୍ୱ ମଞ୍ଚରେ ନିଜର ସ୍ଥାନକୁ ଆହୁରି ସୁଦୃଢ଼ କରୁଛି।

ହାଇଡ୍ରୋଜେନ୍ ଟ୍ରେନର ପ୍ରମୁଖ ବିଶେଷତା

🚆 ୧୦-ବଗି ବିଶିଷ୍ଟ ଆଧୁନିକ ଯାତ୍ରୀବାହୀ ଟ୍ରେନ୍।
👥 ଏକାସାଙ୍ଗରେ ପ୍ରାୟ ୨,୬୦୦ ଯାତ୍ରୀଙ୍କୁ ବହନ କରିବାର କ୍ଷମତା।
🌿 ସ୍ୱଚ୍ଛ ହାଇଡ୍ରୋଜେନ୍ ଇନ୍ଧନ ଆଧାରିତ ଜିରୋ-ଏମିସନ୍ (Zero Emission) ପ୍ରଯୁକ୍ତି।
💨 ଧୂଆଁମୁକ୍ତ ଓ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା।

ଏହି ହାଇଡ୍ରୋଜେନ୍ ଟ୍ରେନ୍ କେବଳ ଏକ ନୂଆ ଟ୍ରେନ୍ ନୁହେଁ, ବରଂ ଏହା ଭାରତର ବୈଜ୍ଞାନିକ ଦକ୍ଷତା, ପ୍ରଯୁକ୍ତିଗତ ଉନ୍ନତି ଏବଂ ସବୁଜ ଶକ୍ତି ପ୍ରତି ଦେଶର ଦୃଢ଼ ସଙ୍କଳ୍ପର ପ୍ରତୀକ। ହାଇଡ୍ରୋଜେନ୍ ଇନ୍ଧନ ବ୍ୟବହାର ଫଳରେ ପରିବେଶ ପ୍ରଦୂଷଣ ହ୍ରାସ ପାଇବ।

ଆଜି ବିଶ୍ୱର ଅନେକ ବିକଶିତ ଦେଶ ସ୍ୱଚ୍ଛ ଶକ୍ତି ଆଧାରିତ ପରିବହନ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଥିବା ବେଳେ ଭାରତ ମଧ୍ୟ ସେହି ପଥରେ ଦୃଢ଼ ପଦକ୍ଷେପ ନେଇଛି। ଏହା ଦେଶର ରେଳ ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା ସହ ସ୍ୱଚ୍ଛ ଉର୍ଜା ବ୍ୟବହାରକୁ ମଧ୍ୟ ପ୍ରୋତ୍ସାହନ ଦେବ।