Blog
ଦିଲ୍ଲୀରେ CJP ଆନ୍ଦୋଳନକାରୀଙ୍କ ବିରୋଧରେ ହେବନି ଆଇନଗତ କାର୍ଯ୍ୟାନୁଷ୍ଠାନ
ନିକଟରେ ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ହୋଇଥିବା ପ୍ରତିବାଦ ବେଳେ ଗିରଫ ହୋଇଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପୂର୍ବରୁ ଅପରାଧିକ ପୃଷ୍ଠଭୂମି (Criminal Antecedents) ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି ଲାଗୁ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୮ ତାରିଖର ଆଦେଶ ଅନୁଯାୟୀ ଦିଲ୍ଲୀ ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି।
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨୯ ସନ୍ଧ୍ୟା ସୁଦ୍ଧା ପ୍ରତିବାଦକୁ କେନ୍ଦ୍ର କରି ପୋଲିସ ୧୩ଟି ମାମଲା ରୁଜୁ କରିଛି।
ପ୍ରତିବାଦକାରୀଙ୍କ ସମସ୍ତ ଗିରଫ ଓ ଅଟକ ଘଟଣାର ପୁନଃସମୀକ୍ଷା କରାଯିବ। ସେମାନଙ୍କ ବିରୋଧରେ ଆଉ କୌଣସି ପଦକ୍ଷେପ ନିଆଯିବ ନାହିଁ। ମାମଲାକୁ ବନ୍ଦ ବୋଲି ଗଣ୍ୟ କରାଯିବ ଏବଂ ସେମାନଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସରକାର କହିଛନ୍ତି।
ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ନିଷ୍ପତ୍ତି ଜାରି କରାଯାଇଛି ବୋଲି ଦିଲ୍ଲୀ ସରକାର ପକ୍ଷରୁ ସୂଚନା ଦିଆଯାଇଛି।
- Trending




