CJP ଆନ୍ଦୋଳନରେ ବଡ଼ ଖୁଲାସା ! ୨ ହଜାର ଅପରାଧିକ ରେକର୍ଡ ଥିବା ଲୋକ ଚିହ୍ନଟ

ଜନ୍ତର ମନ୍ତରରେ ଚାଲିଥିବା CJP ଆନ୍ଦୋଳନକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ପୋଲିସ କହିଛି ଯେ, ଆନ୍ଦୋଳନ ସମୟରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହେବାରୁ ୧୩୦ ଜଣ ପୋଲିସ କର୍ମଚାରୀ ଓ ୬୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଘଟଣାକୁ ନେଇ ୧୫ଟି ଏତଲା (FIR) ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ଜନ୍ତର ମନ୍ତର ଅଞ୍ଚଳରେ ପ୍ରାୟ ୩ ହଜାର ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ Face Recognition System (FRS) କ୍ୟାମେରା ମାଧ୍ୟମରେ ଅସାମାଜିକ ତତ୍ତ୍ୱ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି।

ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ପ୍ରାୟ ୨ ହଜାର ଅସାମାଜିକ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅପରାଧିକ ରେକର୍ଡ ଥିବା ପ୍ରାୟ ୨ ହଜାର ଲୋକ ଜନ୍ତର ମନ୍ତରକୁ ଆସିଥିବା ସୂଚନା ମିଳିଛି। ସେମାନଙ୍କ ଭୂମିକା ଏବଂ ଆନ୍ଦୋଳନରେ ସମ୍ପୃକ୍ତତାକୁ ନେଇ ପୋଲିସ ତଦନ୍ତ କରୁଛି।

ଏହାସହ ଦିଲ୍ଲୀ ପୋଲିସ କହିଛି ଯେ, ଆନ୍ଦୋଳନକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ଭୁଲ ତଥ୍ୟ ଓ ଭ୍ରମାତ୍ମକ ପ୍ରଚାର ଉପରେ ମଧ୍ୟ କଡ଼ା ନଜର ରଖାଯାଉଛି। ପରିସ୍ଥିତିକୁ ସାମାନ୍ୟ ରଖିବା ପାଇଁ ସମସ୍ତ ସୁରକ୍ଷା ଏଜେନ୍ସି ପରସ୍ପର ସହଯୋଗରେ କାର୍ଯ୍ୟ କରୁଥିବା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି।