Blog
ନିବେଶରେ ଦେଶର ଟପ୍-୫ରେ ଓଡ଼ିଶା ! ଲୋକଙ୍କ ସରକାରର ବଡ଼ ସଫଳତା
ଭାରତ ସରକାରଙ୍କ ଡିପାର୍ଟମେଣ୍ଟ ଫର ପ୍ରମୋସନ ଅଫ ଇଣ୍ଡଷ୍ଟ୍ରି ପ୍ରୋମୋସନ ଆଣ୍ଡ ଇଣ୍ଟର୍ନାଲ ଟ୍ରେଡ୍ ପକ୍ଷରୁ ପ୍ରକାଶିତ Investment Friendliness Index 2025–26ରେ ଓଡ଼ିଶା ଦେଶର ‘Top Performers’ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଏହା ରାଜ୍ୟର ଶିଳ୍ପ ନୀତି, ସ୍ୱଚ୍ଛ ପ୍ରଶାସନ ଏବଂ ନିବେଶକଙ୍କ ପାଇଁ ସୁଗମ ବ୍ୟବସାୟିକ ପରିବେଶର ପ୍ରତିଫଳନ।
ଓଡ଼ିଶା, ଗୋଆ, ଗୁଜରାଟ, ମହାରାଷ୍ଟ୍ର ଏବଂ ତାମିଲନାଡୁ ଦେଶର ସର୍ବୋତ୍ତମ ନିବେଶ ଆସୁଥିବା ରାଜ୍ୟ ତାଲିକାରେ ଏହିସବୁ ରାଜ୍ୟ ସ୍ଥାନ ପାଇଛି। ଶିଳ୍ପ ପ୍ରତିଷ୍ଠା, ନିବେଶ ଅନୁମୋଦନ, ବ୍ୟବସାୟରେ ସହଜିକରଣ, ଭିତ୍ତିଭୂମି ବିକାଶ ଏବଂ ପାରଦର୍ଶୀ ପ୍ରଶାସନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଏହି ସଫଳତାର ମୂଳ କାରଣ।
ଏହି ସଫଳତା ପରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ରୋଜଗାର ସୃଷ୍ଟି ଏବଂ ଆର୍ଥିକ ବିକାଶକୁ ଆହୁରି ଗତି ମିଳିବ ବୋଲି ଆଶା କରାଯାଉଛି।
ଏହି ସଫଳତା କେବଳ ଏକ ରା଼ଙ୍କିଙ୍ଗ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ଏକ ବଡ଼ ମାଇଲଖୁଣ୍ଟ। ନିବେଶକଙ୍କ ବିଶ୍ୱାସ ବୃଦ୍ଧି, ଶିଳ୍ପାୟନର ଗତି ଏବଂ ଯୁବପିଢ଼ୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଏହା ସହାୟକ ହେବ। ଇଞ୍ଜିନ ସରକାରଙ୍କ ବିକାଶମୁଖୀ ନୀତି ଓ ପ୍ରଶାସନିକ ସଂସ୍କାର ଯୋଗୁଁ ଓଡ଼ିଶା ଆଜି ଦେଶର ଅଗ୍ରଣୀ ନିବେଶ ଗନ୍ତବ୍ୟ ଭାବେ ଉଭା ହୋଇଛି।
- Trending




