ଥାନା ହାଜତରେ ରାକେଶକୁ ଥାର୍ଡ ଡ଼ିଗ୍ରୀ | ହେଲେ ନିଜ ଦୋଷ ଲୁଚାଉଛି ପୋଲିସ |

କଟକ ବାରଙ୍ଗ ଥାନା ଅନ୍ତର୍ଗତ ଚଣ୍ଡିପ୍ରସାଦ ଗାଁର ରାକେଶ ବେହେରାକୁ ଜେରା ପାଇଁ ଆଣି ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ନେଇ ସନ୍ଦେହ ଉପୁଜିଛି | ଏ ନେଇ ରାକେଶ ପରିବାର ଲୋକେ ବି ସିଧାସଳଖ ପୋଲିସ ଦାୟୀ କରିଛନ୍ତି | ରାକେଶକୁ ମାଡ଼ ମାରି ଦରମରା କରିବା ପରେ ନଖରାସ୍ଥିତ ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା | ସେଠାରୁ କଟକର ଆଉ ଏକ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ସରକାରୀ ହସ୍ପିଟାଲ ବଦଳରେ ନଖରା ସ୍ଥିତ ଘରୋଇ ହସ୍ପିଟାଲକୁ ରାକେଶକୁ କାହିଁକି ନିଆଗଲା? ବୋଲି ପ୍ରଶ୍ନ କରିଛନ୍ତି

ଆଗରୁ ରାକେଶ ସୁସ୍ଥ ଥିଲେ କିନ୍ତୁ ଏବେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ବି ପୁଅକୁ ଦେଖା କରିପାରିନାହାନ୍ତି ଏଥିସହ ତାଙ୍କୁ ନ୍ୟାୟ ଦିଆଯାଉ | ଯେଉଁ ପୋଲିସ ବାବୁ ମାନେ ତାଙ୍କ ପୁଅକୁ ବାଡେଇଛନ୍ତି ସେମାନଙ୍କୁ ସସପେଣ୍ଡ କରିବାକୁ ଦାବି କରିଛନ୍ତି .ଏପରିକି ଗତକାଲି ଏହି ଘଟଣାକୁ ନେଇ ଥାନା ଘେରାଉ କରିଥିଲେ ରାକେଶଙ୍କ ଗାଁ ଲୋକ | ତେବେ ବାରଙ୍ଗ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗକୁ କଟକ ଡିସିପି ରିଷିକେଶ ଖିଲାରୀ ଗତକାଲି ଖଣ୍ଡନ କରିଥିଲେ|

କିନ୍ତୁ ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡିଛି ଯେ ଥାନା ହାଜତରେ ରାକେଶକୁ ମାଡ଼ ମାରି ଦରମରା କରିଥିଲେ ପୋଲିସ ବାବୁ | ଆଉ ଏହି ଭିଡିଓ ଭାଇରଲ ହେଲା ପରେ ପ୍ରଶ୍ନ ଉଠୁଛି ଥାର୍ଡ ଡିଗ୍ରୀ ଘଟଣାକୁ ଦୁର୍ଘଟଣାର ରୂପ ଦେବା ପଛରେ ରହସ୍ୟ କଣ? ପୋଲିସ ନିଜ ଦୋଷ ଲୁଚାଇ ବାକୁ କାହିଁକି କରୁଛି ଉଦ୍ୟମ | ପୋଲିସ କାର୍ୟ୍ୟକଳାପ ସନ୍ଦେହ ଘେରକୁ ଆସିଥିବାରୁ ତଦନ୍ତ କରିବାକୁ ଦାବି ଉଠିଛି | ତେବେ ସୂଚନା ଅନୁସାରେ ବାରଙ୍ଗ ଥାନା ଚଣ୍ଡି ପ୍ରସାଦ ଗାଁର ଜଣେ ମହିଳା ଗତ ୧୫ ତାରିଖରୁ ନିଖୋଜ ହୋଇଥିଲେ | ୧୬ ତାରିଖରେ ତାଙ୍କ ସ୍ୱାମୀ ରାକେଶ ବେହେରା ଥାନାରେ ଏତଲା ଦେଇଥିଲେ | ୨୧ ତାରିଖ ଦିନ ବାରଙ୍ଗ ଥାନା ଅଞ୍ଚଳ କାଠଯୋଡ଼ି ନଦୀ ପଠାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ମିଳିଥିଲା |

ବାରଙ୍ଗ ଥାନା ପୋଲିସ ସନ୍ଦେହ କରିଥିଲା ନିଖୋଜ ମହିଳା ହିଁ ଏତଲାକାରୀ ରାକେଶଙ୍କ ପତ୍ନୀ | ପୋଲିସ ରାକେଶ ଓ ତାଙ୍କ ପରିବାର ଲୋକଙ୍କୁ ଡାକି ଶବ ଚିହ୍ନଟ ପାଇଁ କହିଥିଲା | ହେଲେ ମୃତ ମହିଳା ତାଙ୍କ ପତ୍ନୀ ନୁହଁନ୍ତି ବୋଲି ରାକେଶ ଯେତେ ଦାବି କରିଥିଲେ ବି ମାନିନଥିଲା ପୋଲିସ | ପରେ ରାକେଶଙ୍କୁ ଥାନାରେ ଅଟକ ରଖି ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି |