Blog
ରାଗିଗଲେ ମମତା ଦିଦି, ରାଲିରେ କଷିଦେଲେ ।
ନିର୍ବାଚନ ହାରିବା ପରେ କାମ କରୁନି ମମତାଙ୍କ ମୁଣ୍ଡ ! ନିଜ କର୍ମୀଙ୍କୁ ବିଚ୍ ରାସ୍ତା ଉପରେ ଢ଼ୋ ଢ଼ୋ କଷିଦେଲେ ଦିଦି । ଚାପୁଡ଼ା ମାରିବା ସହ ମୁଥ ମାରିଲେ, ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମମତା ହେଲେ ଭିଡ଼ ଏତେ ବଢ଼ି ଯାଇଥିଲା, ଯାହାକୁ ଦେଖି ବିଚଳିତ ହୋଇପଡ଼ିଥିଲେ । ମମତା ଆଉ ନିଜ କର୍ମୀଙ୍କୁ ପିଟିଥିଲେ, ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି ।
ନାବାଳିକାଙ୍କ ଉପରେ ହୋଇଥିବା ଜଘନ୍ୟ ଅପରାଧ ବିରୋଧରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲିର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର କର୍ମୀ ଏହି ରାଲିରେ ସାମିଲ ହୋଇଥିଲେ।ରାଲି ଆଗକୁ ବଢ଼ିବା ସହ ଭିଡ଼ ମଧ୍ୟ ବଢ଼ି ଚାଲିଥିଲା । ଚାରିଆଡ଼େ ନାରାବାଜି, ଠେଲାପେଲା ଓ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ରାଲିରେ ଆହତ ହୋଇଥିବା କର୍ମୀମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଇବା ପାଇଁ ମମତା ବାନାର୍ଜୀ ନିଜେ ଗାଡ଼ିର ବ୍ୟବସ୍ଥା କରୁଥିଲେ ଏବଂ ଭିଡ଼କୁ ନିୟନ୍ତ୍ରଣ କରୁଥିଲେ । ଏହି ସମୟରେ ଉତ୍ତେଜନା ଏତେ ଅଧିକ ଥିଲା ଯେ ନିଜ ପଛରେ ଛିଡ଼ା ହୋଇଥିବା ଜଣେ କର୍ମୀଙ୍କ ଉପରେ ହଠାତ ରାଗିଯାଇ ଦିଦି ତାଙ୍କୁ ଚାପୁଡ଼ା ମାରିଥିଲେ । ତେବେ ଗୋଟିଏ ଭିଡିଓ ଏବେ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଆଲୋଚନାର ବିଷୟ ପାଲଟିଛି।
ପ୍ରଶ୍ନ ଉଠୁଛି ? ଏହା କି କେବଳ ଉତ୍ତେଜନାପୂର୍ଣ୍ଣ ମୁହୂର୍ତ୍ତର ପ୍ରତିକ୍ରିୟା ଥିଲା । ନା ଏହାର ଅନ୍ୟ କୌଣସି କାରଣ ରହିଛି ? ଏହି ଭାଇରାଲ ଭିଡିଓକୁ ନେଇ ରାଜନୀତି ଆଗକୁ କେଉଁ ମୋଡ଼ ନେବ, ତା’ଉପରେ ଏବେ ସମସ୍ତଙ୍କ ନଜର !
- Trending




