ବିକଶିତ ଓଡ଼ିଶା ଲକ୍ଷ୍ୟରେ ଡବଲ ଇଂଜିନ ସରକାର : ରାମେଶ୍ୱର ରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନିର୍ମାଣ ହେବ କୋଷ୍ଟାଲ ହାଇୱେ

ସାମୁହିକ ଓ ସାମଗ୍ରିକ ବିକାଶ ପାଇଁ ଯାତାୟତ ସହ ଗମନାଗମନ ଓ ସୁଦୃଢ ଭିତ୍ତିଭୂମି ନିହାତି ଆବଶ୍ୟକ। ପୂର୍ବଦ୍ୟୋୟ ମିଶନକୁ ପ୍ରାଧାନ୍ୟ ଦେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟରେ ପୂର୍ବ ସରକାରର ସ୍ଥାଣୁତା କାରଣରୁ ବିକାଶ ବାଧାପ୍ରାପ୍ତ ହୋଇଥିଲା । ବର୍ତ୍ତମାନ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାରରେ ବିକାଶର ବାଧକ ସାଜିଥିବା ବିନ୍ଦୁ ଗୁଡିକ ଚିହ୍ନଟ କରାଯାଇ ସମସ୍ୟାର ସମାଧାନ ସମେତ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି ।

ଏହି କ୍ରମରେ ନୂଆଦିଲ୍ଲୀ ଠାରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ରାଜ୍ୟରେ ଜାତୀୟ ରାଜପଥ (ଏନଏଚ-୯୦) ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।

ହାଇବ୍ରିଡ ଆନୁଇଟି ମାଧ୍ୟମରେ ଦୁଇଟି ପ୍ୟାକେଜରେ ୮୩୦୦.୭୯ କୋଟି ଟଙ୍କା ବିନିମୟରେ ଓଡିଶାର ୧୬୩.୧୮୦ କି.ମି. ଉପକୁଳ ରାଜମାର୍ଗ ନିର୍ମାଣ ହେବ । ଏହା ଫଳରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ଯାତାୟତ ବବସ୍ଥା ଅଧିକ ସୁଗମ ହେବା ସହିତ ଅଞ୍ଚଳର ସାମାଜିକ ଓ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳିବ । ଏହି ଉପକୂଳ ରାଜମାର୍ଗ ନିର୍ମାଣ ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବା ସହିତ ନୂତନ ନିଯୁକ୍ତି ସୃଷ୍ଟି କରିବ ।