Blog
ଆଦିବାସୀଙ୍କ ଅଧିକାରକୁ ମିଳିବ ନୂଆ ବଳ ! ଲୋକଙ୍କ ସରକାରଙ୍କ ବଡ଼ ପଦକ୍ଷେପ
ଜନଜାତି ସମ୍ପ୍ରଦାୟର କଲ୍ୟାଣ ଓ ସେମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷାକୁ ଗୁରୁତ୍ୱ ଦେଇ ଲୋକଙ୍କ ସରକାରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ଖୋଲିବ ଆଉ ଏକ ନୂଆ ସୁପର ସ୍ପେସିଆଲିଟି ମେଡିକାଲ କଲେଜ। ଏହାଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆହୁରି ଉନ୍ନତ ସୁବିଧା ମିଳିବା ସହ ସ୍ଥାନୀୟ ଲୋକ ଉପକୃତ ହେବେ ।
ସେହିପରି SC/ST (ଅତ୍ୟାଚାର ନିବାରଣ) ଆଇନ ଅଧୀନରେ ମାମଲାର ଶୀଘ୍ର ବିଚାର ପାଇଁ ଅତିରିକ୍ତ ସ୍ୱତନ୍ତ୍ର କୋର୍ଟ ଗଠନ କରାଯାଇଛି। ଫଳରେ ମାମଲାର ଶୀଘ୍ର ସମାଧାନ ଓ ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ମିଳିବ ।
ଦୁଇବର୍ଷ ମଧ୍ୟରେ ପ୍ରାୟ ୪୫ ହଜାର ଆଦିବାସୀ ପରିବାରଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଏହା ଜଙ୍ଗଲ ଅଧିକାର ଆଇନ ଅନୁସାରେ ଯୋଗ୍ୟ ପରିବାରମାନଙ୍କୁ ଜମିର ଅଧିକାର ପ୍ରଦାନ ଦିଗରେ ଏକ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଏହା ସହ ହାଇକୋର୍ଟଙ୍କ ସହ ପରାମର୍ଶ କରି ରାଜ୍ୟ ସରକାର ବିଚାର ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ନେଇଛନ୍ତି । ଏଥିସହ ପାରମ୍ପରିକ ସମ୍ପଦ ଓ ଆଦିବାସୀଙ୍କ ମୌଳିକ ଅଧିକାରର ସୁରକ୍ଷା ଏବଂ ବିକାଶ ପାଇଁ ସରକାର ପ୍ରତିବଦ୍ଧ ।
- Trending




