Blog
ଲୋକଙ୍କ ସରକାରରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ବଡ଼ ସମ୍ମାନ !
ଲୋକଙ୍କ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଓ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ₹୫ କୋଟି ବିନିଯୋଗରେ ୩୦୦ ଶଯ୍ୟା ବିଶିଷ୍ଟ କନ୍ୟାଶ୍ରମ ନିର୍ମାଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ₹୫ କୋଟି ବିନିଯୋଗରେ ୩୦୦ ଶଯ୍ୟା ବିଶିଷ୍ଟ କନ୍ୟାଶ୍ରମ ନିର୍ମାଣ କରାଯିବ। ଛାତ୍ରୀଙ୍କୁ ଅନେକ ସୁବିଧା ସହ ରହିବାର ସୁବିଧା ମଧ୍ୟ ମିଳିବ । ଫଳରେ ଆଉ ଜନଜାତି ପରିବାରର ଝିଅ ଶିକ୍ଷାରୁ ବଂଚିତ ରହିବେ ନାହିଁ ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଅନେକ ସମାଜସେବା, ଶିକ୍ଷା ପ୍ରସାର ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟ କରିଛନ୍ତି । ବିଶେଷ କରି ଆଦିବାସୀ ଓ ଦୁର୍ଗମ ଅଞ୍ଚଳରେ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ।
- Trending




