ଲୋକଙ୍କ ସରକାରରେ ପିପିଲି ଚାନ୍ଦୁଆକୁ ମିଳିବ ବିଶ୍ୱସ୍ତରୀୟ ପରିଚୟ

ପୁରୀ, ୫ ଜୁନ୍ ୨୦୨୬: ଲୋକଙ୍କ ସରକାରରେ ପିପିଲି ଚାନ୍ଦୁଆକୁ ମିଳିବ ବିଶ୍ୱସ୍ତରୀୟ ପରିଚୟ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବାପରେ କଳା, ସଂସ୍କୃତି ଓ ଐତିହକୁ ପ୍ରାଧାନ୍ୟ ମିଳୁଛି । ଗତକାଲି ମୁଖ୍ୟମନ୍ତ୍ରୀ ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ଅବସରରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଅନେକ କିଛି ଘୋଷଣା କରିଥିଲେ । ୮୦ କୋଟି ଟଙ୍କାରେ ଅତ୍ୟାଧୁନିକ ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏଥିସହ ୫ ମହଲା ବିଶିଷ୍ଟ ‘କ୍ରାଫ୍ଟ, କଲ୍ଚର ଆଣ୍ଡ ଟୁରିଜିମ ହବ୍’ ନିର୍ମାଣ ନେଇ ମଧ୍ୟ ଘୋଷଣା ହୋଇଛି। ରାଜ୍ୟ ସରକାରଙ୍କ ଏହି ଘୋଷଣା ଫଳରେ ୬ ହଜାରରରୁ ଅଧିକ କାରିଗର ଉପକୃତ ହେବେ ।