ବିଜେପି ଉପରେ ଭାରି ପଡ଼ିବେ ନା ବିଜେଡିକୁ ଆହୁରି ବରବାଦ କରିଦେବେ ସୁଜାତା !

ଭି.କେ. ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଓରଫ ସୁଜାତା ରାଉତଙ୍କ ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦାନକୁ ନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପଦକ୍ଷେପ ଦଳ ପାଇଁ ନୂଆ ସଂଗଠନାତ୍ମକ ଶକ୍ତି ଆଣିବ, ନା ଏହାକୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହେବ—ତାହାକୁ ନେଇ ବିଭିନ୍ନ ମହଳରେ ଆଲୋଚନା ଚାଲିଛି। ବିଜେପି ଉପରେ ଭାରି ପଡ଼ିବେ ନା ବିଜେଡିକୁ ଆହୁରି ବରବାଦ କରିଦେବେ ସୁଜାତା !

ଏନେଇ ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି ଯେ, ବିଜେଡିରେ ସୁଜାତାଙ୍କ ସାମିଲ କେବଳ ଏକ ସାଧାରଣ ଯୋଗଦାନ ନୁହେଁ, ବରଂ ଦଳର ଭବିଷ୍ୟତ ରଣନୀତିର ଏକ ଅଂଶ ହୋଇପାରେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ମହିଳା ଭୋଟରଙ୍କ ମଧ୍ୟରେ ପ୍ରଭାବ ବଢ଼ାଇବାକୁ ସୁଜାତାଙ୍କୁ ଏକ ପ୍ରମୁଖ ଚେହେରା ଭାବେ ଆଗକୁ ଆଣିପାରେ ବୋଲି ଆଲୋଚନା ହେଉଛି।

ଅନ୍ୟପଟେ, କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ଅନୁଯାୟୀ, ଭି.କେ. ପାଣ୍ଡିଆନ ନିଜେ ସକ୍ରିୟ ରାଜନୀତିରେ କମ୍ ଦୃଶ୍ୟମାନ ରହି ସୁଜାତା ରାଉତଙ୍କ ମାଧ୍ୟମରେ ଦଳରେ ପ୍ରଭାବ ବଜାୟ ରଖିବାକୁ ଚେଷ୍ଟା କରିପାରନ୍ତି। ତେବେ ଏହି ଦାବିକୁ ସମର୍ଥନ କରିବା ପାଇଁ କୌଣସି ଅଧିକାରିକ ପ୍ରମାଣ ସାମ୍ନାକୁ ଆସିନାହିଁ।

ସେହିପରି, ବିଜେପି ପାଇଁ ମଧ୍ୟ ଏହି ରାଜନୈତିକ ବିକାଶ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି କିଛି ମତ ରଖିଛନ୍ତି । ବିଶେଷକରି ମହିଳା ଭୋଟରଙ୍କ ମଧ୍ୟରେ ସୁଜାତା ରାଉତଙ୍କ ଗ୍ରହଣୀୟତା ବଢ଼ିଲେ, ତାହାର ପ୍ରଭାବ ନିର୍ବାଚନୀ ରାଜନୀତି ଉପରେ ପଡ଼ିପାରେ। ତେବେ ଏହା କେତେ ଦୂର ସଫଳ ହେବ, ତାହା ସମୟ ହିଁ କହିବ।

ଅନ୍ୟପକ୍ଷରେ, ବିଜେପି ନିଜ ସଂଗଠନକୁ ସୁଦୃଢ଼ କରିବା ଏବଂ ମହିଳା ନେତୃତ୍ୱକୁ ଆଗକୁ ଆଣିବା ଦିଗରେ କିଭଳି ପଦକ୍ଷେପ ନେଉଛି, ତାହା ମଧ୍ୟ ଆଗାମୀ ଦିନର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ହେବ।

ଏଠାରେ ପ୍ରଶ୍ନ ଉଠୁଛି ସୁଜାତାଙ୍କ ବିଜେଡିରେ ଭୂମିକା କେବଳ ସାଙ୍ଗଠନିକ ସ୍ତରରେ ସୀମିତ ରହିବ ନା ନା ଭବିଷ୍ୟତରେ ସେ ଦଳର ଅନ୍ୟତମ ପ୍ରମୁଖ ଚେହେରା ଭାବେ ଉଭା ହେବେ—ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।